ଶ୍ରୀମାନ୍ ରାଜେଶ କୁମାର ସାହୁ ପି : ପ୍ରଶନ୍ନ ସାହୁ ସିନ୍ଧେକେଳା ଅଞ୍ଚଳରେ ଜଣେ ଜଣାଶୁଣା ଚାଷୀ। ସମୟ ଅନୁସାରେ ସେ ଧାନ ଚାଷ ସହିତ ବାଇଗଣ, ବିଲାତି ବାଇଗଣ (ଭେଜା) , ଫୁଲ କୋବି, ମଟର ଚଣା, ଗାଜର, ତରଭୁଜ ଏବଂ ଆଖୁ ଚାଷ ପାଇଁ ପାଖ ଅଞ୍ଚଳରେ ବେଶ୍ ପରିଚିତ ହୋଇପାରିଛନ୍ତି। ଆଧୁନିକ ଯନ୍ତ୍ର କୌଶଳ ବ୍ୟବହାର କରି ଉନ୍ନତ ପ୍ରଣାଳୀରେ ଚାଷ କରି ନିକଟସ୍ଥ ଯୁବ ଗୋଷ୍ଠୀ ପାଇଁ ପ୍ରେରଣା ପାଲଟିଛନ୍ତି ରାଜେଶ ଭାଇ। ପରିବା ଚାଷ ସହିତ ପରିବା ବ୍ୟବସାୟ, ଚିନାବାଦାମ, ଚଣା, ମୁଗ ବିରି ଇତ୍ୟାଦି ନିକଟସ୍ଥ ଜିଲ୍ଲା ରୁ ସଂଗ୍ରହ କରିଥାନ୍ତି। ଗାଁ ଗାଁ ରେ ସେ ପରିଚିତ R J S BUSINESSMAN ନାମରେ। ପ୍ରତ୍ୟେକ ବର୍ଷ ଅମଳ ସମୟ ରେ ତାଙ୍କ ପାଖରେ ଭିଡ ଜମେ ଆଖ ପାଖ ଅଞ୍ଚଳରେ ରହୁଥିବା ଚାଷୀ ଭାଇ ମାନଙ୍କର। ସେ ସମସ୍ତ ଚାଷୀ ମାନଙ୍କ ଠାରୁ ଅମଳ ହୋଇଥିବା ପନିପରିବା, ଚଣା ଆଦି କୁ ଉଚିତ୍ ମୂଲ୍ୟ ଦେଇ କିଣିଥାନ୍ତି ଏବଂ R J S BUSINESSMAN ସିଧାସଳଖ ଭାବରେ ସ୍ଥାନୀୟ ବଜାର ସହିତ ଯୋଡି ହୋଇ ଥାଆନ୍ତି। ଜମି କାମ ପାଇଁ ଟ୍ରାକଟର ର ଆବଶ୍ୟକତା ଥିଲେ ମଧ୍ୟ ଆଖ ପାଖ ଅଂଚଳ ର ଚାଷୀ ଭାଇ ମାନେ ତାଙ୍କୁ ଖୋଜିଥାନ୍ତି | ବହୁତ୍ କମ୍ ବୟସରୁ ଓଡିଶା ର ନୂଆପଡ଼ା, ଖରିଆର, ବଲାଙ୍ଗିର, କୋରାପୁଟ, ରାୟଗଡା, ଭବାନୀପାଟଣା, ମାଲାକନଗିରି ଆଦି ଅଞ୍ଚଳରେ ସେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି ଏକ ଯୁବ ବ୍ୟବସାୟୀ ଭାବରେ।
R J S BUSINESSMAN 
SRIMAN RAJESH KUMAR SAHU
GOUDATULA, KURSUD SINDHEKELA TITILAGAD BOLANGIR 
6372827573